ଉତ୍ତରାଖଣ୍ଡର ଚମୋଲୀରେ ପ୍ରବଳ ବର୍ଷା, ୨୦୦ ଆହତ ଓ ୧୪ ନିଖୋଜ

ଡେରାଡୁନ୍ : ଉତ୍ତରାଖଣ୍ଡର ଚମୋଲୀରେ ବୁଧବାର ବିଳମ୍ବିତ ରାତିରେ ୨ଟି ସ୍ଥାନରେ ବାଦଲ ଫଟା ବର୍ଷା କାରଣରୁ ପ୍ରକୃତିର ତାଣ୍ଡବ ପୁଣି ଦେଖିବାକୁ ମିଳିଛି । ଚଳିତ ଥର ଚମୋଲୀର ନନ୍ଦନଗରରେ ବାଦଲ ଫଟା ପ୍ରବଳ ବର୍ଷାରେ ଅତ୍ୟଧିକ କ୍ଷୟକ୍ଷତି ଘଟିଛି । ଏଯାଏଁ ୨୫ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦୦ ଲୋକେ ଆହତ, ୨୦୦ ପ୍ରଭାବିତ ସହ ପ୍ରାୟ ୧୪ ଜଣ ନିଖୋଜ ମଧ୍ୟ ରହିଛନ୍ତି ।
ଘଟଣା ବିଷୟରେ ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ, ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ନନ୍ଦନଗରର କୁନ୍ତରୀ ଓ ଲଙ୍ଗଫଲୀରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି । ଏହି ଘଟଣା ପରେ ବଦ୍ରିନାଥ ରାଜପଥକୁ ବନ୍ଦ କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଚାମୋଲି ଜିଲ୍ଲାର ନନ୍ଦନଗର ଘାଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।
Powered by Froala Editor