ଏସିଏସ ଅଫିସର ନୁପୁର ବୋରା ଗିରଫ
ଆସାମ ସିଭିଲ ସର୍ଭିସର ଅଧିକାରୀ ନୁପୁର ଭୋରାଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଭିଜିଲାନ୍ସ ସେଲ ତାଙ୍କ ଗୁଆହାଟୀ ଘରୁ ୯୨ ଲକ୍ଷ ଟଙ୍କା ନଗଦ ଓ ପ୍ରାୟ ୧ କୋଟି ଟଙ୍କାର ଅଳଙ୍କାର ଜବତ କରିଛି। ଏହା ସହ ବରପେଟାରେ ତାଙ୍କ ଭଡା ଘରୁ ୧୦ ଲକ୍ଷ ଟଙ୍କା ନଗଦ ମିଳିଛି।
ନୁପୁର ଗତ ୬ ମାସ ହେଲା ଦୁର୍ନୀତି ନିବାରଣ ବିଭାଗର ସର୍ଭେଲାନ୍ସରେ ଥିବା ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଜମି ଦୁର୍ନୀତି ପ୍ରସଙ୍ଗରେ ତାଙ୍କ ଉପରେ ନଜର ରଖାଯାଇଥିଲା । ଏବେ ମାମଲା ତଦନ୍ତ ପରିସରଭୁକ୍ତ ରହିଛି ।ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭିଜିଲାନ୍ସ ସେଲ ପକ୍ଷରୁ ନୁପୁର ଭୋରାଙ୍କ ଗୌହାଟି ସ୍ଥିତ ଘରେ ରେଡ୍ କରାଯାଇଥିଲା ।
ନୁପୁର ଭୋରା ହେଉଛନ୍ତି ୨୦୧୯ ବ୍ୟାଚର ଆସାମ ସିଭିଲ ସର୍ଭିସ ଅଧିକାରୀ । ସେ ବର୍ତ୍ତମାନ କାମରୂପ ଜିଲାର ଗୋରୋଇମାରୀରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ।
Powered by Froala Editor