ଉଦ୍ଧାର ହେଲା ନିଖୋଜ ନାବାଳିକାର କ୍ଷତାକ୍ତ ମୃତଦେହ
ଅନୁଗୁଳ : ନିଖୋଜ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର। ଶ୍ୟାମସୁନ୍ଦରପୁର ଗାଁ ନିକଟରେ ଥିବା ଭାଲୁଖାଇ ନାଳ ନିକଟରୁ ୧୦ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳିକା ସଦର ଥାନା ଶ୍ୟାମସୁନ୍ଦରପୁର ଗାଁର ହୋଇଥିବା ଜଣାପଡିଛି। ଗତକାଲି ଅପରାହ୍ନ ସମୟରୁ ନାବାଳିକା ଜଣକ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଆଜି ସକାଳେ ଘର ପାଖ ନାଳରୁ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନଥିବାବେଳେ ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor