କେମିତି ନିିୟନ୍ତ୍ରଣରେ ରହିବ ଡାଇବେଟିସ୍ ଜାଣନ୍ତୁ....

ଡାଇବେଟିସ୍ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଡାଇବେଟିସ୍ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍ସୁଲିନ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରେସନ ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ।
ଚିନାବାଦାମ
ଚିନାବାଦାମରେ ପ୍ରୋଟିନ୍ ଏବଂ ଫାଇବର ଥାଏ ପ୍ରଚୁରମାତ୍ରାରେ ରହିଥାଏ। ଟାଇପ-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଉପକାରୀ ଅଟେ।
କାଜୁ
ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ଖାଦ୍ୟରେ କାଜୁ ସାମିଲ କରନ୍ତୁ। ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ କାଜୁ ଲାଭଦାୟକ ହୋଇଥାଏ।
ଅଲମଣ୍ଡ
ଅଲମଣ୍ଡ ଖାଇଲେ ଶରୀରରେ ଗ୍ଲୁକୋଜ ସ୍ତର ସାମାନ୍ୟ ରହିଥାଏ। ତେଣୁ ଡାଇବେଟିସ୍ ରୋଗୀ ଅଲମଣ୍ଡ ଖାଇବା ଆବଶ୍ୟକ।
ଅଖରୋଟ
ଡାଇବେଟିସ ରୋଗୀଙ୍କ ପାଇଁ ଅଖରୋଟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।
ପିସ୍ତା
ପିସ୍ତା ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ତେଣୁ ଡାଇବେଟିସ୍ ରୋଗୀ ପ୍ରତିଦିନ ଫଳ ସହ ପିସ୍ତା ଖାଆନ୍ତୁ।
Powered by Froala Editor