ଓଡ଼ିଶାକୁ ସଶକ୍ତ କରିବାକୁ ହେଲେ ମହିଳାମାନେ ପ୍ରଥମେ ସଶକ୍ତ ହେବା ଦରକାର: ବାଚସ୍ପତି
କଟକ : ଓଡ଼ିଶା ମାଟିକୁ ସମୃଦ୍ଧ କରିବାରେ ମହିଳାମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସ୍ବାଧୀନତା ସଂଗ୍ରାମ ହେଉ କି ନାରୀ ଶିକ୍ଷା ଆନ୍ଦୋଳନ ସବୁଥିରେ ମହିଳାମାନେ ଘରୁ ପଦାକୁ ଗୋଡ଼ କାଢ଼ି ନେତୃତ୍ବ ନେଇଛନ୍ତି। ମା ରମାଦେବୀ, ସରଳା ଦେବୀଙ୍କୁ ପ୍ରେରଣା ଭାବେ ଗ୍ରହଣ କରି ଆଜିର ମହିଳା ଆଗକୁ ଆସିବା ଦରକାର। କାରଣ ମହିଳାମାନଙ୍କ ବିନା ଓଡ଼ିଶା ବିକାଶ ଅସମ୍ଭବ। ଓଡ଼ିଶାକୁ ସଶକ୍ତ କରିବାକୁ ହେଲେ ମହିଳାମାନେ ପ୍ରଥମେ ସଶକ୍ତ ହେବା ଦରକାର ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଅଟଳ ସ୍ମୃତି କମିଟି ପକ୍ଷରୁ ଚାଲିଥିବା ଅଟଳ ଫେଷ୍ଟର ମହିଳା ସମାବେଶ ଶୁକ୍ରବାର ସ୍ଥାନୀୟ ବାରବାଟୀ ପ୍ୟାଲେସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଏହି ସଭାକୁ ଉଦ୍ଘାଟନ କରିଥିଲେ। ରାଜ୍ୟ ସୂଚନା କମିସନର କଳ୍ପନା ପଟ୍ଟନାୟକ, ବିଜେପି ଜିଲା ସଭାପତି ସୁକାନ୍ତ ବିଶ୍ବାଳ, ସ୍ମୃତି କମିଟିର ସଭାପତି ପ୍ରହ୍ଲାଦ ଖଣ୍ଡେଲୱାଲ,ସାଧାରଣ ସମ୍ପାଦକ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ନାରୀ ଶକ୍ତିର ବିକାଶ ହେଲେ ଦେଶର ପ୍ରଗତି ହୋଇପାରିବ ବୋଲି କହିଥିଲେ।
Powered by Froala Editor