ପଶ୍ଚିମବଙ୍ଗରେ ମାସକ ଭିତରେ କରୋନା ସଂଖ୍ୟା ୧୫ ଗୁଣ ବୃଦ୍ଧି

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସେଠାରେ କରୋନା ମାମଲାର ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି । କେବଳ ଗତ ମାସକ ଭିତରେ କରୋନା ମାମଲା ସଂଖ୍ୟା ୧୫ ଗୁଣ ବୃଦ୍ଧି ପାଇଛି । ଏହି ସମୟ ଭିତରେ ସକି୍ରୟ ମାମଲା ବି ୬ ଗୁଣ ବଢ଼ିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩,୬୪୮ଟି କରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ସମୁଦାୟ ୬,୦୬,୪୫୫ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୧୦,୩୭୮ ଜଣ ପ୍ରାଣ ହରାଇ ସାରିଲେଣି । ମାର୍ଚ୍ଚ ୧୦ରେ ରାଜ୍ୟରେ ୨୪୧ ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତୁ୍ୟ ହୋଇଥିଲା । ସେତେବେଳେ ସକ୍ରିୟ ମାମଲା ସଂଖ୍ୟା ୩୧୨୭ ଥିଲା । ହେଲେ ମାସକ ପରେ ଅର୍ଥାତ ଏପି୍ରଲ ୧୦ରେ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୩୬୪୮ରେ ପହଞ୍ଚିଛି ।