ଇନ୍ଦୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: ନୀତିକାନ୍ତି ଚୂଡାନ୍ତ ହେଲା ଆଖଣ୍ଡଳମଣିଙ୍କ ପୀଠରେ
ଆରଡି: ଆସନ୍ତା ରବିବାର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଚନ୍ଦ୍ରଗ୍ରହଣ ଦିନ ସହଳ ନୀତିକାନ୍ତି କରାଯାଇ ପାକତ୍ୟାଗ ପୂର୍ବରୁ ଅର୍ଥାତ୍ ୧୨ଟା୩୦ମିନିଟ ସୁଧା ସମସ୍ତ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ କରାଯାଇ ମଧ୍ୟାହ୍ନ ୧ଟାରେ ବାବାଙ୍କର ପହୁଡ଼ କରାଯିବ। ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ରବିବାର ଭୋର ୪ଟାରେ ଦ୍ଵାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯିବ। ସକାଳ ୮ଟାରେ ପହଡଖିଆ ଅନ୍ନ ନୀତି, ୯ଟାରେ ଵଡନୀତିଭୋଗ, ୧୦ଟାରେ ଅବକାଶ ନୀତି, ୧୦/୩୦ରେ ବଡ଼ସିଂହାର ବେଶ, ୧୧ଟାରେ ସଂଧ୍ୟା ପୂଜା, ୧୨/୩୦ରେ ବାଟୁଳା ନୀତି ସମ୍ପନ୍ନ ହେବ।
Powered by Froala Editor