୨୭.୨୫ ଗ୍ରାମ ଧଳାଜହର ଜବତ, ୭ ଗିରଫ

ରାଜଗାଙ୍ଗପୁର : ଧଳାଜହର କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ଆରମ୍ଭ କରିଛି ଅପରେସନ ଗଜରାଜ।
ଏହି କ୍ରମରେ ରାଜଗାଙ୍ଗପୁର ଘୋଘଡ଼ ରାସ୍ତାରେ ଧଳାଜହର କାରବାରର ଏକ ଗୁପ୍ତ ସୂଚନା ପାଇ ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇଙ୍କ ନିର୍ଦେଶରେ ଆଇଆଇସି ବିଜୟ କୁମାର ଦାସ ଏକ ଟିମ ତିଆରୀ କରି ଉକ୍ତ ଅଂଚଳରେ ଚଢାଉ କରିଥିଲେ। ଏହି ଚଡାଉ ସମୟରେ ଧଳାଜହର କାରବାରରେ ଲିପ୍ତ ସାତଜଣକୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୨୭.୨୫ ଗ୍ରାମ ଧଳାଜହର ୨୯ ଶହ ଟଙ୍କା, ୨ଟି ବାଇକ ୧ ସ୍କୁଟର ଜବତ କରିଛନ୍ତି। ଧଳାଜହରର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ।
Powered by Froala Editor