ଜଳିଗଲା ଡିଜେ ଗାଡି, ୩ ଗୁରୁତର

କୋଣାର୍କ : ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ। ଡିଜେ ଗାଡିଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଯାଇଛି। ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି କୋଣାର୍କ ଡାଳିମ୍ବଗରଡି ଗାଁରେ ଗଣେଶ ଭସାଣି ଚାଲିଥିଲା। ଏତିକିବେଳେ କୌଣସି କାରଣ ବଶତଃ ଡିଜେ ଗାଡିଟି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ୩ ଜଣ ଯୁବକ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଦୁଇ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି।
Powered by Froala Editor