ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ

ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ ହୋଇ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ନିଜର ଦୈନନ୍ଦୀନ କାମକୁ ଠିକ୍ ରୂପେ କରୁଥିବା ବେଳେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗଣେଶ ପୂଜା ଏବଂ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ମାତ୍ର ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଆତ୍ମୀୟମାନେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଅଭିଜିତ ମଜୁମଦାର, ଯିଏ ଓଲିଉଡ୍ ରେ ‘ମେଲୋଡି କିଙ୍ଗ୍’ ନାମରେ ପରିଚିତ, ସମ୍ଭଲପୁରୀ ସଙ୍ଗୀତ ଜଗତରୁ ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ସେ ୨୦୦୦ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ‘କାସିଆ କପିଳା’ରେ ସଙ୍ଗୀତ ନିର୍ଦ୍ଦେଶନା କରି ପ୍ରବେଶ କରିଥିଲେ।
ତାଙ୍କ ପ୍ରସିଦ୍ଧ ଫିଲ୍ମମାନଙ୍କ ମଧ୍ୟରେ ‘ତୋ ବିନା ଭଲ ଲାଗେନା’ (୨୦୦୮), ‘ତୁ ଥାଆ ମୁଁ ଯାଉଛି ରୁଷି’ (୨୦୧୦), ‘ମ୍ୟାଟ୍ରିକ୍ ଫେଲ୍’ (୨୦୧୨), ‘ଲଭ୍ ହେଲା ଏମିତି ରେ’ (୨୦୧୩), ‘ପୁଣି ଦେଖା ହେବ ଆର ଜନ୍ମରେ’ (୨୦୧୪), ‘ଲଭ୍ ଷ୍ଟେସନ୍’ (୨୦୧୬), ‘ସିଷ୍ଟର ଶ୍ରୀଦେବୀ’ (୨୦୧୭) ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’ (୨୦୧୭) ଆଦି ରହିଛି। ତେବେ ଅଭିଜିତ ମଜୁମଦାରଙ୍କ ଅସୁସ୍ଥତା ଖବର ସଙ୍ଗୀତ ଜଗତରେ ଖେଳିଯାଇଛି । ସୂଚନା ଅନୁସାରେ ଅଭିଜିତ ମଜୁମଦାରଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ସେ ଗୁରୁତର ହୋଇ ପଡିଛନ୍ତି ।
Powered by Froala Editor