ଏବେ କମିବାରେ ଲାଗିଛି ବନ୍ୟା ଜଳ, ଘରକୁ ଫେରି ଆସବାପତ୍ର ସଜାଡୁଛନ୍ତି ଲୋକେ

ଭୁବନେଶ୍ବର: ବୈତରଣୀରେ ଆସିଥିବା ବନ୍ୟା ଦୀର୍ଘ ୬ଦିନ ଧରି ତା’ର କରାଳ ରୂପ ଦେଖାଦେବା ପରେ ଏବେ କମିବାରେ ଲାଗିଛି। ବନ୍ୟା ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକର ୧୨ଟି ପଞ୍ଚାୟତର ୩୫ ରୁ ଉର୍ଦ୍ଧ ଗାଁ ଜଳଵନ୍ଦୀ ହୋଇ ରହିଥିବା ଵେଳେ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ୨୦ ଗାଁ ପ୍ରଭାବିତ ହୋଇଥିଲା। ଏପରିକି ଆରଡି ଅଞ୍ଚଳର ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିଲା। ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ରହିଛି। ତାହା ଶହ ବେଶି ପ୍ରଭାଵିତ ହୋଇଛନ୍ତି ଗୃହପାଳିତ ପଶୁ। ଦୀର୍ଘ ୬/୭ଦିନ ଧରି ଗାଁ ଦାଣ୍ଡ ଓ ନଦୀଵନ୍ଧର ଆଶ୍ରୟ ନେଇଛନ୍ତି।
ଏପରିକି ଵନ୍ୟାର ୫ଦିନ ପରେ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବାରୁ ବହୁ ବିପନ୍ନ ଖାଦ୍ୟ ଗ୍ରହଣ ନକରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପାଣି ଛାଡିଵା ଯାଏଁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ କହିଥିଲେ। ହେଲେ ଏପଟେ ବିପନ୍ନ ଭୋକ ଉପାସରେ ସ୍କୁଲ ଘରେ ଦୀର୍ଘ ୫ଦିନ ରହିବା ପରେ ବନ୍ୟାପାଣି କମିବାରୁ ନିଜ ଘରକୁ ଫେରି ଆସବାପତ୍ର ସଜାଡୁଛନ୍ତି।
Powered by Froala Editor