ମାଓ ଦମନ ଅପରେସନ : ଏନକାଉଣ୍ଟରରେ ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି। ଏନକାଉଣ୍ଟରରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରୁ ଶତାଧିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଯାହା ମଧ୍ୟରେ ରହିଛି ଏଲଏମଜି, ଏକେ-୪୭, ଆଇଏନଏସଏଏସ, ଏସଏଲଆର ଓ ଷ୍ଟେନ୍ ଗନ୍ ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ । ଏହା ସହିତ ବିଜିଏଲ ସେଲ୍, ଡିଟୋନିଟର, କୋଡେକ୍ସ ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନାରାୟଣପୁର ଜିଲ୍ଲାର ଡିଆରଜି ବାହିନୀ ଏସଟିଏଫ ଓ ଆଇଟିବିପିର ଯବାନ ମିଳିତ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି । ଲଗାତାର ୫ ଦିନ ଧରି ଜାରି ରହିଥିଲା ମାଓ ଦମନ ଅପରେସନ।
Powered by Froala Editor