ଓଡ଼ିଶାବାସୀଙ୍କୁ ନବୀନଙ୍କ ନୂଆଁଖାଇ ଜୁହାର ଶୁଭେଚ୍ଛା

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା ମାଟି ଓ ଇଷ୍ଟ ଦେବୀଙ୍କୁ ପୂଜା କରିବାର ପର୍ବ ହେଉଛି ନୂଆଖାଇ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଣପର୍ବ ନୂଆଁଖାଇ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂଆଁଖାଇ ପାଇଁ ଜୁହାର। ମା’ ସମଲେଇଙ୍କ କୃପା ଆପଣ ସମସ୍ତଙ୍କ ଉପରେ ବର୍ଷୁଥାଉ। ଓଡ଼ିଶାବାସୀଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ବୋଲି ମୁଁ ଗୁହାରି କରୁଛି। ଜୟ ମା’ ସମେଲଶ୍ବରୀ ବୋଲି କହିଛନ୍ତି ନବୀନ ।
Powered by Froala Editor