କଟକ ରେଲୱେ ଷ୍ଟେସନରେ ଅଘଟଣ, ନିର୍ମାଣାଧୀନ ଛାତ ଭୁଶୁଡ଼ିଲା

କଟକ ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୧ରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ପ୍ରାୟ ୫୦୦ ମିଟରରରୁ ଅଧିକ ଲମ୍ବ ଛାତ ଭୁଶୁଡ଼ି ପଡ଼ିଛି।
ସମୟ ଅପରାହ୍ଣ ପ୍ରାୟ ୩ଟା ୪୫। କଟକ ରେଳ ଷ୍ଟେସନର ଏଇ ୧ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍। ତେବେ ସୌଭାଗ୍ୟବଶତଃ ବନ୍ଦେ ଭାରତ ଛାଡ଼ିମାର ମାତ୍ର କେଇ ମିନିଟ୍ ପରେ ହିଁ ଟ୍ରାକ୍ ଉପରେ ଭୁଶୁଡ଼ି ପଡ଼ିଥିଲା ପୁରୁଣା ଲୁହା ଛାତ।
ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ। ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ଭଗ୍ନାଶଂ ତଳେ ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ଚାଲିଛି।
ଏପଟେ ରେଲୱେ ପୋଲିସ ଫୋର୍ସ, ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଦମକଳ ବାହିନୀ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ। ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା ଏନଡିଆରଏଫ୍ ଟିମ୍।
ତେବେ ରେଳବାଇ ପକ୍ଷରୁ କୁହାଯାଇଛି ଯେ, କାମ କରୁଥିବା ଶ୍ରମିକଙ୍କ ଉପସ୍ଥାନ ନିଆଯାଇଛି। ସମସ୍ତ ଶ୍ରମିକ ସୁରକ୍ଷିତ ରହିଛନ୍ତି।
Powered by Froala Editor