ମିଳିଲା ପତ୍ତା: ନିଖୋଜ ୟୁଟ୍ୟୁବର ସୁରକ୍ଷିତ

ଦିଗପହଣ୍ଡି : ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା। ବଣଭୋଜି କରିବାକୁ ଯାଇ ୟୁଟ୍ୟୁବର ନରେନ୍ଦ୍ର ସାହୁ ନିଖୋଜ ହୋଇଯାଇଥିଲେ। ବର୍ତ୍ତମାନ ସେ ପାତ୍ରପୁର ବ୍ଲକ ମାରମାରିଆ ଗାଁରେ ଥିବା ସୂଚନା ମିଳିଛି। ଗାଁର ଆଦିବାସୀଙ୍କ ଗହଣରେ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ଗତ ରବିବାର ଗଞ୍ଜାମ ଜିଲ୍ଲା ପାତ୍ରପୁରର ବୁରାତାଲ ପଞ୍ଚାୟତ ପର୍ଯ୍ୟଟନ ସ୍ଥଳ ମହେନ୍ଦ୍ରଗିରି ପର୍ବତର ପାଦଦେଶରେ ଥିବା ବାରହା ପଥର ଜଳପ୍ରପାତକୁ ବଣଭୋଜି କରିବାକୁ ଯାଇ ସେ ନିଖୋଜ ଥିଲେ । ଜରଡା ଥାନା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଆଜି ସୁରକ୍ଷିତ ଅବସ୍ଥାରେ ତାଙ୍କର ପତ୍ତା ମିଳିଛି।
Powered by Froala Editor