ଆଜି ଚାଷୀଙ୍କ ଖାତାକୁ ଆସିବ ସିଏମ୍ କିଷାନ କିସ୍ତି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ସିଏମ୍-କିଷାନ ଯୋଜନାର କିସ୍ତି ଟଙ୍କା ପ୍ରଦାନ କରିବେ। ଆଜି ପୂର୍ବାହ୍ଣ ସାଢ଼େ ୧୦ଟା ସମୟରେ ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍-କିଷାନର ତୃତୀୟ କିସ୍ତି ପ୍ରଦାନ କରିବେ। ୨୮ତାରିଖରେ ‘ନୂଆଁଖାଇ’ ପଡ଼ୁଥିବାରୁ ଏହାର ପୂର୍ବଦିନ ଅର୍ଥାତ୍ ଆଜି କିସ୍ତି ପ୍ରଦାନ କରାଯିବ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ପଠାଯିବ। ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରୁଛନ୍ତି।
Powered by Froala Editor