ଯୁବତୀଙ୍କ ମୁଖରେ ବିସ୍ଫୋରକ ରଖି ହତ୍ୟା

କର୍ଣ୍ଣାଟକର ମାଇସୁର ଜିଲ୍ଲାରେ ଏକ ଯନ୍ତ୍ରଣାଦାୟକ ହତ୍ୟା ମାମଲା ସାମ୍ନାକୁ ଆସିଛି । ଭେରିଆ ଗାଁର ଏକ ଲଜ୍ରେ ପ୍ରେମିକ ୨୦ ବର୍ଷୀୟ ବିବାହିତା ଯୁବତୀଙ୍କ ମୁଖରେ ବିସ୍ଫୋରକ ପଦାର୍ଥ ରଖି ବିସ୍ଫୋରଣ ଘଟାଇ ହତ୍ୟା କରିଛନ୍ତି। ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ମାମଲାର ତଦନ୍ତ ଆରମ୍ଭ ହୋଇଛି ।
ମୃତ ଯୁବତୀଙ୍କୁ ହୁନସୁର ତାଲୁକର ଗେରାସାନାହାଲ୍ଲୀ ଗାଁର ରକ୍ଷିତା ବୋଲି ଚିହ୍ନଟ କରାଯାଇଛି। ସେ ତାଙ୍କ ପ୍ରେମିକ ସିଦ୍ଦାରାଜୁଙ୍କ ସହ ଭେର୍ୟା ଗାଁର ଏକ ଲଜ୍ରେ ରୁମ୍ ନେଇଥିଲେ। ରକ୍ଷିତା ଜଣେ କେରଳର ଦିନ ମଜୁରିଆଙ୍କୁ ବିବାହ କରିଥିଲେ ଏବଂ ସିଦ୍ଦାରାଜୁ ନାମକ ତାଙ୍କ ସମ୍ପର୍କୀୟଙ୍କ ସହ ଅନୈତିକ ସମ୍ପର୍କରେ ଥିଲେ।
ଘଟଣା ଦିନ ଉଭୟ ଏକ ଲଜ୍ରେ ରହୁଥିଲେ, ଯେଉଁଠାରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। କ୍ରୋଧରେ ଅଭିଯୁକ୍ତ ରକ୍ଷିତାଙ୍କ ପାଟିରେ ବିସ୍ଫୋରକ ପାଉଡର ଲଗାଇ ହତ୍ୟା କରିଥିଲା। ଘଟଣା ପରେ, ଅଭିଯୁକ୍ତ ଘଟଣାକୁ ମୋବାଇଲ୍ ଫୋନ୍ ବିସ୍ଫୋରଣ ଭାବରେ ଦେଖାଇବାକୁ ଚେଷ୍ଟା କରିଥିଲା। କିନ୍ତୁ, ଯେତେବେଳେ ସେ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଲା, ଲୋକମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ ।
Powered by Froala Editor