ଜୈବିକ ଚାଷ ଉପରେ ଚାଷୀ ଗୁରୁତ୍ବ ଦିଅନ୍ତୁ: କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ବର : କୃଷି କାର୍ଯ୍ୟରେ ସାର ବ୍ୟବହାର ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ଚାଷୀ ଆୟ ଅଧିକ ବଢ଼ାଇବା ପାଇଁ ଆମକୁ କମ୍ ସାର ବ୍ୟବହାର ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଆମେ ୮୦୦ ଟଙ୍କା ଇନ୍ପୁଟ ସହାୟତା ଦେବା ଆରମ୍ଭ କରିବା ପରେ ଚାଷୀ ଉତ୍ପାଦନ ବଢ଼ାଇବାକୁ ଅଧିକ ସାର ଦାବି କରୁଛନ୍ତି। ତେବେ ଜୈବିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନରେ ବ୍ୟବଧାନ ୨ରୁ ୩% ରହିପାରେ। ଚାଷୀମାନେ ସାରର ପ୍ରୟୋଗ କମ୍ କରିବା ଉଚିତ୍। ଜୈବିକ ଚାଷ ଉପରେ ଚାଷୀ ଗୁରୁତ୍ବ ଦିଅନ୍ତୁ।
Powered by Froala Editor