ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍ ଖୋଲିଲା

ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ଡ୍ୟାମ୍ର ଜଳସ୍ତର ବୃଦ୍ଧି ହେଉଥିବାରୁ ଶନିବାର ଡାହାଣ ପଟରୁ ଗୋଟିଏ ଓ ବାମ ପଟରୁ ୩ଟି ଗେଟ୍ ଖୋଲା ଯାଇଛି । ଏବେ ମହାନଦୀ ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳ ଭଣ୍ଡାରର ବର୍ତ୍ତମାନ ଜଳସ୍ତର ୬୨୦.୧୦ ଫୁଟ ରହିଛି ।
Powered by Froala Editor