୧୦ରୁ ୧୫ଟି ଫାଟକ ଖୋଲିବ ହୀରାକୁଦ !

ହୀରାକୁଦ : ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଥିବାରୁ ଡ୍ୟାମର ଗେଟ୍ ଖୋଲିବାକୁ ନିଷ୍ପତ୍ତିି ନିଆଯାଇଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୨ ଲକ୍ଷ ୩୫ ହଜାର ୮୫୬ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ୬୧୮.୩୯ ଫୁଟ ରହିଥିଲା।
ଗୋଟିଏ ଫାଟକରୁ ପ୍ରତି ସେକେଣ୍ଡରେ ୧୬୦୦୦ କ୍ୟୁସେକଜଳ ନିଷ୍କାସିତ ହୋଇଥାଏ। ତେଣୁ ବନ୍ୟାଜଳ ପ୍ରବେଶକୁ ଦେଖି ୧୦ରୁ ୧୫ଟି ଫାଟକ ଖୋଲା ଯାଇପାରେ ବୋଲି ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
Powered by Froala Editor