ସବୁ ପିଲାଙ୍କୁ ମିଳିବ ମାଗଣା ବହି ସରକାରୀ ବସ୍ ସୁବିଧା

ଭୁବନେଶ୍ବର: ପିଲାଙ୍କୁ ମିଳିବ ମାଗଣା ବହି ଓ ସରକାରୀ ବସ୍ ସୁବିଧା । ପୂର୍ବରୁ ଏସ.ସି ଓ ଏସଟି ପିଲାଙ୍କୁ ମାଗଣା ବହି ମିଳୁଥିଲା, ସରକାର ଏବେ ସବୁ ପିଲାଙ୍କୁ ମାଗଣା ବହି ଦେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାମାନେ ସ୍କୁଲକୁ ଯାତାୟାତ କରିବା ସମୟରେ ୟୁନିଫର୍ମ ଓ ଆଇ-କାର୍ଡ ଦେଖାଇ ମାଗଣାରେ ମୁଖ୍ୟମନ୍ତ୍ରୀ ବସ୍ ସେବାର ଲାଭ ଉଠାଇ ପାରିବେ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଶିକ୍ଷା ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଦିବାସୀ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ସହିତ SCSTRTI ସହଯୋଗରେ କୋରାପୁଟରେ ଏକ ବହୁଭାଷୀ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ।
Powered by Froala Editor