ନବ ଦାସ ହତ୍ୟା ମାମଲା: ପୂର୍ବତନ ବ୍ରଜରାଜନଗର ଥାନାଧିକାରୀ ସାକ୍ଷୀ ଦେବେ ଆଜି

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ସାକ୍ଷୀ ଦେବେ ପୂର୍ବତନ ବ୍ରଜରାଜନଗର ଥାନାଧିକାରୀ । ଗୁରୁବାର ପୁଲିସ ଫଟୋଗ୍ରାଫର ସଞ୍ଜୟ କିଷାନଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଝାରସୁଗୁଡା ଏଡିଜେ କୋର୍ଟରେ ମାମଲାର ୩୩ ନମ୍ବର ସାକ୍ଷୀ ସଞ୍ଜୟଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସେ ଘଟଣା ଦିନର କିଛି କଥା କହିଥିବାବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିନଥିଲେ ବୋଲି ଜଣାପଡ଼ିଛି। ନବ ଦାସ ହତ୍ୟାକାଣ୍ଡର ମୋଟ ୧୫୦ ଜଣ ସାକ୍ଷୀ ଅଛନ୍ତି। ଗୁରୁବାରର ସାକ୍ଷୀଙ୍କୁ ମିଶାଇ ମୋଟ ୩୩ଜଣଙ୍କ ସାକ୍ଷ୍ୟଗ୍ରହଣ ହେଲାଣି ବୋଲି ଅଭିଯୁକ୍ତ ଗୋପାଳଙ୍କ ଓକିଲ ନରେଶ ନାଏକ କହିଛନ୍ତି।
Powered by Froala Editor