ବଡ଼ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କ ହେବ ଅସ୍ତ୍ରୋପଚାର
କଟକ : କଟକ ବଡ଼ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ତ୍ରୀ ପ୍ରିୟଙ୍କା ମାର୍ଣ୍ଡି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସାଧାରଣ ଲୋକଙ୍କ ଭଳି ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ, ଏ ନେଇ ୧୦ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଜି ଶଲ୍ୟ ଚିକିତ୍ସା ବିଭାଗରେ ପ୍ରିୟଙ୍କାଙ୍କ ସିଷ୍ଟ ଅସ୍ତ୍ରୋପଚାର କରାଯିବ। ବୁଧବାର ଡାକ୍ତରୀ ଦଳ ଶ୍ରୀମତୀ ମାର୍ଣ୍ଡିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ସର୍ଜରୀ ବିଭାଗ ପ୍ରଫେସର ଏଲ.ଭି. ଗୌରୀଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯିବ। ତାଙ୍କୁ ପ୍ରଫେସର ଡାକ୍ତର ଜୟନ୍ତ ବିଶ୍ବାଳ ଗାଇଡ୍ କରିବେ। ଏହି ଦଳରେ ମେଡିସିନ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ, ପଲମୁନାରି ମେଡିସିନ, ନିଶ୍ଚେତକ, ଏଣ୍ଡୋକ୍ରାଇନୋଲଜି, କାର୍ଡିଓଲଜି ବିଭାଗର ଡାକ୍ତର ସାମିଲ ହୋଇଛନ୍ତି। ଅସ୍ତ୍ରୋପଚାର ପୂର୍ବରୁ ସମସ୍ତ ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ସ୍ବଭାବିକ ରହିଛି। ଏସସିବି ମେଡ଼ିକାଲ କଲେଜ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଗୌତମ ଶତପଥୀଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ତଦାରଖ କରାଯାଉଛି।
Powered by Froala Editor