ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରାମ୍ଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଶୋଇଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ ରାମ୍ଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଶୋଇ ଗୁରୁବାର ରିମାଣ୍ଡରେ ଆସିବେ। ଚୌଦ୍ବାର ଜେଲ୍ରୁ କ୍ରାଇମ୍ବ୍ରାଞ୍ଚ ସେମାନଙ୍କୁ ମୁଖ୍ୟାଳୟକୁ ଆଣି ଜେରା କରିବ। ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ। ପ୍ରାୟ ୬ ଜଣଙ୍କୁ ଏହି ଜେରା ସମୟରେ ପଚରାଉଚରା କରାଯିବ। ଏଥିପାଇଁ ପୂର୍ବରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି। ଏବେ ବି ଓଟିଇଟି ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ରାଇମବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ସାଢେ ତିନି ଲକ୍ଷ ଟଙ୍କା କାରବାର ହୋଇଥିବା ଜାଣିବାକୁ ପାଇଥିଲା; କିନ୍ତୁ ଆଉ କାହା ପାଖକୁ ପ୍ରଶ୍ନପତ୍ର ଯାଉଛି ଏବଂ ମୋଟ କେତେ ଟଙ୍କା କାରବାର କରାଯାଇଛି ତାହା ଜାଣିପାରି ନାହିଁ। ତେଣୁ ଉଭୟଙ୍କୁ ଜେରା ପରେ ଅଧିକ ତଥ୍ୟ ମିଳିପାରିବ।
Powered by Froala Editor