ବେଆଇନ୍ ଗୋରୁ ବୋଝେଇ ଭ୍ୟାନରେ ଲଗାଇଦେଲେ ନିଆଁ
ଭଦ୍ରକ : ଗୋରୁ ଉଦ୍ଧାର ପରେ ଜାଳିଦେଲେ ଗାଡି। ଭଦ୍ରକ ୧୬ନଂ ଜାତୀୟ ରାଜପଥ ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକମାନେ ବେଆଇନ୍ ଗୋରୁ ବୋଝେଇ ଭ୍ୟାନରେ ନିଆଁ ଲଗାଇଦେଇଛନ୍ତି। ଗୋରୁ ବୋଝେଇ ପିକଅପ୍ ଗାଡିଟି ଯାଜପୁର ପାଣିକୋଇଲି ଅଞ୍ଚଳରୁ ଆସୁଥିଲା। ଖବରପାଇ ଗୋରକ୍ଷକ ମାନେ ଗାଡିକୁ ଅଟକାଇବା ସହ ୧୨ ଗୋରୁଙ୍କୁ ଉଦ୍ଧାର କରିଥିଲେ । ପରେ ଗାଡିରେ ନିଆଁ ଲଗାଇଦେଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍ ହୋଇଯାଇଛି।
Powered by Froala Editor