ଅନେକ କଥା କୁହେ ଫଟୋ, ଏହି ପରିପେକ୍ଷିରେ ଆରମ୍ଭ ହେଇଛି ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ
ଭୁବନେଶ୍ୱର : ଗତ କାଲି ଥିଲା ବିଶ୍ୱ ଫଟୋଗ୍ରାଫି ଦିବସ | ଏ ଅବସରରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଛି | ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ଅରୁଣ ସାହୁ, ଏକାମ୍ର ନିର୍ମାଣ ମଣ୍ଡଳୀର ବିଧାୟକ ବାବୁ ସିଂ, ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ, ରାମଚଣ୍ଡୀ ପ୍ରସାଦ ରଣସିଂ, ବରିଷ୍ଠ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡା ଅତିଥି ଭାବରେ ଉପସ୍ଥିତ ଥିଲେ | ଅତିଥିମାନେ ଫଟୋର ଗୁରୁତ୍ୱ ଉପରେ ମତ ରଖିଥିଲେ | ଗୋଟିଏ ଫଟୋ ଅନେକ କଥା କୁହେ ବୋଲି ଅତିଥିମାନେ କହିଥିଲେ | ପ୍ରଥମ ଅଧିବେଶନ ପରେ "ଏଆଇ ଯୁଗରେ ଫଟୋ ସାମ୍ବାଦିକଙ୍କ ଗୁରୁତ୍ୱ" ଉପରେ ଆଲୋଚନା ହୋଇଥିଲା | ଏ ଅବସରରେ ଏକ ଫଟୋ ପ୍ରଦର୍ଶନୀ ହୋଇଥିଲା |
Powered by Froala Editor