ଆଉ ନାହାଁନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ
ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୧ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ବିନୋଦ ପଶାୟତ । ୧୯୩୫ମସିହା ବଲାଙ୍ଗୀର ସହରର ଟିକରପଡାଠାରେ ବିନୋଦ ପଶାୟତ ଜନ୍ମ ଗ୍ରହଣ କରିଥିଲେ । ଅଲ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ । ‘ହାଏ କୃଷ୍ଣ ହାଏ କୃଷ୍ଣ’ ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ । ଏହି ଭଜନ ତାଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା । ଏହାଛଡା ସଙ୍ଗୀତ ନାଟକ ଏକାଡେମି ସମ୍ମାନ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି ।
Powered by Froala Editor