ଜୁଲାଇ ମାସର ମୋଟର ଯାନ ଟିକସ ଛାଡ଼, ପୂର୍ବରୁ ୩ ମାସର ଛାଡ଼ ହୋଇଥିଲା

ରାଜ୍ୟ ସରକାର ଜୁଲାଇ ମାସ ପାଇଁ ମୋଟର ଯାନ ଟିକସକୁ ଛାଡ଼ କରିଛନ୍ତି। ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ପ୍ରାବଧାନ ଆଧାରରେ ଜୁଲାଇ ମାସର ଟିକସ ଛାଡ଼ କରିଛନ୍ତି। ଏହି ଘୋଷଣା ପରେ ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଟିକସ ଛାଡ଼ର ଫାଇଦା ମିଳିବ।
ଘୋଷଣା ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ବସ୍ ଚାଲିବା ସମ୍ଭବପର ନୁହେଁ। ପୂର୍ବରୁ ଏପ୍ରିଲ, ମେ’ ଓ ଜୁନ୍ ମାସର ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଥିଲେ ସରକାର। ୩ ମାସ ମୋଟର ଯାନ ଟିକସ ଛାଡ଼ କରିବା ସହ ବୀମା କମ୍ପାନୀଗୁଡ଼ିକ ମଧ୍ୟ ବୀମା ଅବଧିକୁ ଆଉ ୩ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି । ଗାଡ଼ି ମାଲିକଙ୍କୁ ରାଜ୍ୟ ସରକାର ୧ଲକ୍ଷ ଟଙ୍କା ଲେଖାଏଁ ଋଣ ଆକାରରେ ଦିଅନ୍ତୁ ବୋଲି ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ସରକାର ସବୁ ସମସ୍ୟାର ସମାଧାନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏ ନେଇ ସରକାର ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଜୁଲାଇ ମାସର ଟିକସ ଛାଡ କରିଛନ୍ତି ।
Powered by Froala Editor