ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟିର ସ୍ୱତନ୍ତ୍ର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି କୋଭିଡ ପ୍ୟାକେଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ କୋଭିଡ ପ୍ୟାକେଜରେ ପ୍ରତ୍ୟେକଙ୍କୁ ୧ , ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଭିସି ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୯ଟି ଜିଲ୍ଲାର ୧୮ ଟି ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ଲକର ବିଡିଓଙ୍କ ସହି ଶ୍ରମ, କର୍ମଚାରୀ ଓ ରାଜ୍ୟ ଵୀମା ବିଭାଗର ଅଧିକାରୀ ଏବଂ ନିର୍ମାଣ ଶ୍ରମିକମାନେ ସାମିଲ ହୋଇଥିଲେ । ପ୍ୟାକେଜ ଘୋଷଣା ହେବା ପରେ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ' ଦେଶର ଅର୍ଥନୀତିରେ ନିର୍ମାଣ ଶ୍ରମିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ନିର୍ମାଣ ଶ୍ରମିକମାନଙ୍କ ବଳିଦାନ ଏବଂ ପରିଶ୍ରମର କାହାଣୀ ବିକାଶର ସାକ୍ଷୀ । ପ୍ରତ୍ୟେକ ନିର୍ମାଣ ଶ୍ରମିକ ଜଣେ ଜଣେ ବିଶ୍ବକର୍ମା ' ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ । ନିର୍ମାଣ ଶ୍ରମିକ ରାସ୍ତା, ସେତୁ ଆଦି କରନ୍ତି । ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ ।
Powered by Froala Editor