ଦାମୀ କାର ସହ ୪୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
କନ୍ଧମାଳ: ଗୋଚ୍ଛାପଡା ଅଞ୍ଚଳରୁ ଭୁବନେଶ୍ଵରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ପୁଲିସ୍ ଚଢାଉ କରିଛି। ଏକ ଦାମୀ କାର ସହ ୪୦ କିଲୋ ଗଞ୍ଜେଇ ଜବତ କରିଛି । ଏବଂ ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଫୁଲବାଣୀ ସଦର ଥାନା ବିଶିପଡା ପଞ୍ଚାୟତ ଡୁମୁରୀଗୁଡାର ପଙ୍କଜ ପ୍ରଧାନ ଓ ଭଟାଲପଦରର ବିକ୍ରମ ମହାକୁଡ଼ ବୋଲି ଜଣାପଡିଛି ।
Powered by Froala Editor