ପୈତୃକ ଗ୍ରାମରେ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ
ଭୁବନେଶ୍ବର: ସହିଦ ସିଆଇଏସଏଫ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପୈତୃକ ଗ୍ରାମ ପରଜଙ୍ଗ ବ୍ଲକ ମାଣିକମରା ଗାଁରେ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଛି । ଦୁଇ ଝିଅ ମଧ୍ୟ ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ପ୍ରିୟ ମୋନଜଙ୍କୁ ହରାଇ ପରିବାର ଓ ଗ୍ରାମବାସୀ ଭାଙ୍ଗିପଡିଛନ୍ତି । ଶେଷ ଥର ଗାଁକୁ ଆସିବା ବେଳେ କଥା ଦେଇଥିଲେ ଗାଁକୁ ଖୁବଶୀଘ୍ର ଫେରିବେ । କିନ୍ତୁ ସେ ଫେରିବା ବଦଳରେ ତାଙ୍କ ମରଶରୀର ଗାଁରେ ପହଞ୍ଚିଛି । ଜାମ୍ମୁକାଶ୍ମୀରର କିସ୍ତୱାର ବାଦଲଫଟା ବର୍ଷା ଓ ଭୂ-ସ୍ଖଳନରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ମନୋଜ ବିଶ୍ୱାଳ । କୋହଭରା ହୃଦୟରେ ଗ୍ରାମବାସୀମାନେ ବୀରପୁଅକୁ ଶେଷ ବିଦାୟ ଦେଇଛନ୍ତି ।
Powered by Froala Editor