ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ
ଅନୁଗୋଳ: ଭିଜିଲାନ୍ସ ଜାଲରେ ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ସୋମବାର ସକାଳେ ତାଙ୍କ ଘରେ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଅନୁଗୋଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ଚଢ଼ାଉ ଚାଲିଛି। ଚଢ଼ାଉରେ ୩ ଡିଏସ୍ପି, ୧୦ ଇନ୍ସପେକ୍ଟର, ୪ ଏଏସ୍ଆଇ ସାମିଲ ହୋଇଛନ୍ତି।ତେବେ ଚଢ଼ାଉ ଜାରି ରହିଥିବାରୁ ମୋଟ୍ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ।
Powered by Froala Editor