ଶବ ବଦଳିଗଲା : ସିଲିଗୁଡି ମୃତଦେହ ସୋରରେ ପହଞ୍ଚିଲା
ବାଲେଶ୍ବର ଜିଲା ସୋରରେ ଶବ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ସୋର ଅଞ୍ଚଳର ଯୁବକଙ୍କ ମୃତଦେହ ବଳଦରେ ପଶ୍ଚିମବଙ୍ଗର ଜଣେ ଲୋକଙ୍କର ଶବ ପହଞ୍ଚିଛି। ବାଲେଶ୍ବର ଜିଲ୍ଲା ସୋର ମୂଳିସିଂ ଗାଁର ରାକେଶ ବେଙ୍ଗାଲୁରୁରେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବକୁ ଘରକୁ ଆଣିବା ପାଇଁ ବିମାନରେ ପଠାଯାଇଥିଲା। ବିମାନବନ୍ଦରରୁ ମୃତହେଦ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଆସି ଘରେ ପହଞ୍ଚି ଥିଲା। ତେବେ ବନ୍ଧା ଯାଇଥିବା ପ୍ୟାକେଟ୍ ଖୋଲିଲା ବେଳକୁ ଏହାରି ଭିତରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କର ମୃତଦେହ ଥିଲା। ପରିବାର ଲୋକେ ଅନ୍ୟ ବ୍ୟକ୍ତିଙ୍କର ମୃତଦେହ ଦେଖି ଅଧିକ ଭାଙ୍ଗି ପଡ଼ିଛନ୍ତି।
ଯୋଗାଯୋଗ ପରେ ଜଣାପଡ଼ିଲା ଯେ ଏହା ପଶ୍ଚିମବଙ୍ଗର ସିଲିଗୁଡ଼ିରୁ ଆସିଥିବା ଏକ ମୃତଦେହ। ରାକେଶଙ୍କ ମୃତଦେହ ଭୁଲବଶତଃ ସିଲିଗୁଡ଼ି ପଠାଯାଇଥିଲା। ଜାଣିବାକୁ ମିଳିଛି, ଯିଏକି ହୃଦଘାତ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ମୃତଦେହ ବଦଳି ହୋଇଥିବାରୁ ପରିବାର ଲୋକେ ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି। ଶବ ବଦଳି ଯାଇଥିବାରୁ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ଏୟାରପୋର୍ଟରେ ତ୍ରୁଟିବଶତଃ ଏହି ଅଦଳବଦଳ ହୋଇଥିବା ସ୍ପଷ୍ଟ ହୋଇଛି।
ଜଣାପଡ଼ିବା ପରେ ଉଭୟ ପରିବାର ମୃତଦେହ ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Powered by Froala Editor