ପୁଣି ମା’ ହେବେ କୃତିକା, ଅରମାନଙ୍କ ଘରକୁ ଆସିବ ନୂଆ ଅତିଥି
ଜଣାଶୁଣା ୟୁଟ୍ୟୁବର ଅରମାନ ମଲିକ ପଞ୍ଚମ ଥର ଲାଗି ବାପା ହେବାକୁ ଯାଉଛନ୍ତି । ପୂର୍ବରୁ ସେ ଚାରି ସନ୍ତାନର ବାପା। ତାଙ୍କ ଦ୍ୱିତୀୟ ପତ୍ନୀ କୃତିକା ମଲିକ ଦ୍ୱିତୀୟଥର ଲାଗି ଗର୍ଭବତୀ ଅଛନ୍ତି। ସୋସିଆଲ ମିଡିଆରେ ଏବେ ସେ ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି।
ଅରମାନ ୨୦୧୧ରେ ପାୟଲ ମଲିକଙ୍କୁ ବିବାହ କରିଥିଲେ। ପରେ ଏହି ଦମ୍ପତିଙ୍କର ପୁତ୍ର ଚିକୁ ଜନ୍ମ ହୋଇଥିଲା। ୨୦୧୮ରେ ଅରମାନ ପାୟଲଙ୍କ ନିକଟତମ ବନ୍ଧୁ କୃତିକା ମଲିକଙ୍କୁ ବିବାହ କରିଥିଲେ। ଅରମାନ ୨୦୨୨ରେ ତାଙ୍କ ଉଭୟ ପତ୍ନୀଙ୍କ ଗର୍ଭବତୀ ହେବାର ଘୋଷଣା କରି ଚର୍ଚ୍ଚାରେ ଆସିଥିଲେ। କୃତିକା ୬ ଏପ୍ରିଲ ୨୦୨୩ରେ ଜୈଦଙ୍କୁ ଜନ୍ମ ଦେଇଥିଲେ। ସେହି ବର୍ଷ ସେମାନେ ପାୟଲଙ୍କ ସହ ଯାଆଁଳା ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ। ବର୍ତ୍ତମାନ ଅରମାନ ଚାରି ସନ୍ତାନର ପିତା ଅଟନ୍ତି।
ଏବେ ପୁଣି କୃତିକା ମା’ ହେବାକୁ ଯାଉଛନ୍ତି । ଅରମାନ ତାଙ୍କ ଉଭୟ ପତ୍ନୀଙ୍କ ସହ କିଛି ଫଟୋ ଶେୟାର କରି ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଅରମାନ କରିଥିବା ପୋଷ୍ଟରେ କୃତିକା ଉତ୍ସାହିତ ଥିବା ନଜର ଆସୁଥିବା ବେଳେ ପ୍ରଥମ ପତ୍ନୀ ମଧ୍ୟ ଖୁସି ଦେଖାଯାଉଛନ୍ତି। କୃତିକାଙ୍କ ହାତରେ ପ୍ରେଗ୍ନେନ୍ସି କିଟ୍ ମଧ୍ୟ ରହିଛି। ଅରମାନ ଏହି ଫଟୋ ସେୟାର କରି ଲେଖିଛନ୍ତି, ଘରକୁୁ ପୁଣି ଏକ ଖୁସି ଆସୁଛି।
Powered by Froala Editor