ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ରଣନୀତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।
ବୈଠକରେ ଦଳର ବରିଷ୍ଠ ନେତା ଓ ବିଭିନ୍ନ ଜିଲାର ସଭାପତିମାନେ ଉପସ୍ଥିତ ଥିଲେ। ଉପସ୍ଥିତ ନେତାମାନଙ୍କ ମଧ୍ୟରେ ସୁଦାମ ମାରାଣ୍ଡି, ଅମର ପଟ୍ଟନାୟକ, ରୋହିତ ଜୋଶେଫ ର୍ତିକି, ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନ ଏବଂ ପ୍ରଦୀପ ଦିଶାରୀ ଥିଲେ ଏହା ବ୍ୟତୀତ ଅନ୍ୟାନ୍ୟ ଜିଲା ସଭାପତି ଓ କୋର କମିଟି ସଦସ୍ୟମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।
Powered by Froala Editor