ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଆର୍ମଡ ପୋଲିସ ଏସ୍ଆଇ ଗିରୀଶ ମାଝୀ, ଏସ୍ଓଜି ହାବିଲଦାର ପବିତ୍ର ସାହୁ, ହାବିଲଦାର ଉମେଶ ମୁଣ୍ଡା, ଏସ୍ଓଜି କମାଣ୍ଡୋ ପୀତାମ୍ବର ସତନାମ, ଓଏସ୍ଏପି କମାଣ୍ଡୋ କବି ରାଉତ, ଏସ୍ଓଜି କମାଣ୍ଡୋ ସୁଶାନ୍ତ ସାଗର, ବଲାଙ୍ଗୀର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେଶନରେ ସଂପୃକ୍ତ ଥିଲେ।
Powered by Froala Editor