ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା, ସିଂହଦ୍ଵାର ଥାନାରେ ସନ୍ଦିଗ୍ଧ ଅଟକ
ପୁରୀ : ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା। ପୁଲିସ୍ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପଚରାଉଚରା କରୁଛି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ନୂଆଗାଁ ଥାନା ଗଡିଶାଗଦାର ରଘୁନାଥ ସାହୁ ବୋଲି ଜଣାପଡିଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲି ସାହି ପ୍ରବେଶ ପଥର ବାଲି ସାହି ପ୍ରବେଶ ପଥ ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ ଧମକପୂର୍ଣ୍ଣ ଲେଖା ଯାଇଥିଲା । ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ ବୋଲି ଏହି ଲେଖାରେ ଉଲ୍ଲେଖ ରହିଥିଲା ।
Powered by Froala Editor