ସ୍ବାଧୀନତା ଦିବସ: କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ....
ଭୁବନେଶ୍ୱର: ଆସନ୍ତା ୧୫ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ୍ର ଅଭିବାଦନ ଗ୍ରହଣ କରିବେ। ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯଥାକ୍ରମେ କେନ୍ଦୁଝର ଏବଂ କଟକରେ ଯୋଗଦେବେ। ସେହିପରି ସୁରେଶ ପୂଜାରୀ ସମ୍ବଲପୁର, ରବିନାରାୟଣ ନାଏକ ବଲାଙ୍ଗିର, ନିତ୍ୟାନନ୍ଦ ଗଣ୍ଡ କଳାହାଣ୍ଡି, କୃଷ୍ଣଚନ୍ଦ୍ର ପାତ୍ର କନ୍ଧମାଳ, ପୃଥ୍ବୀରାଜ ହରିଚନ୍ଦନ ପୁରୀ, ମୁକେଶ ମହାଲିଙ୍ଗ ସୁନ୍ଦରଗଡ଼, ବିଭୂତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ଭଦ୍ରକ, ଗଣେଶ ରାମ ସିଂଖୁଣ୍ଟିଆ ନବରଙ୍ଗପୁର, ସୂର୍ଯ୍ୟବଂଶୀ ସୂରଜ ସୋନପୁର, ପ୍ରଦୀପ ବଳସାମନ୍ତ ଅନୁଗୋଳ, ଗୋକୁଳାନନ୍ଦ ମଲ୍ଲିକ ରାୟଗଡ଼ା ଏବଂ ସମ୍ପଦ ଚରଣ ସ୍ବାଇଁ ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ।
Powered by Froala Editor