ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ : ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ଯୁକ୍ତ ୩ରେ ପାଠ ପଢୁଥିବା ବେଳେ ଏକ ଘରୋଇ ମେସ୍ର ବାଥ୍ରୁମ୍ରୁ ତାଙ୍କର ମୃତଦେହ ଜବତ ହୋଇଛି । ସେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେ ବାସୁଦେବପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor