ବରଗଡ ନାବାଳିକା ପୋଡି ଘଟଣାରେ ପୁଲିସର ଜୋରଦାର ତଦନ୍ତ, ୩ ଅଟକ

ଭୁବନେଶ୍ଵର: ବରଗଡ ନାବାଳିକା ପୋଡି ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୁଲିସ୍। ଗାଏସିଲେଟ୍ ଥାନାରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ବିଭିନ୍ନ ଦିଗକୁ ନେଇ ଫିରିଙ୍ଗିମାଳ ଗାଁରେ ପୁଲିସ୍ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ଗାଁରେ ଅଭାବନୀୟ ଘଟଣା ଘଟିଥିଲା। ସୋମବାର ସକାଳେ ଗାଁ ନିକଟ ପଡ଼ିଆରେ ଜଳୁଥିବା ଏକ ୧୩ ବର୍ଷର ଝିଅକୁ ଗ୍ରାମବାସୀ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ପହଞ୍ଚାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
Powered by Froala Editor