ଧରାପଡ଼ି ଜେଲ୍ ଗଲେ ୧୨ ନକଲି ଗୁମାସ୍ତା
ପୁରୀ : ପୋଲିସ ହାତରେ ଧରାପଡ଼ିଲେ ନକଲି ଗୁମାସ୍ତା। ପୁରୀ ସିଂହଦାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍ଏସ୍ ଧାରା ୧୧୧ ଅନୁଯାୟୀ, ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି । ସୂଚନାନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି। ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା ବିଷୟରେ ସେବାୟତ ଓ ସେମାନଙ୍କର ଗୁମାସ୍ତାମାନେ ଯାତ୍ରୀମାନଙ୍କୁ ଟିକିନିଖି ତଥ୍ୟ ପ୍ରଦାନ କରିଥାନ୍ତି। କିନ୍ତୁ କିଛି ନକଲି ଗୁମାସ୍ତା ଓ ଅଣ ସେବାୟତଙ୍କ ଯୋଗୁ ଯାତ୍ରୀମାନେ ଠକାମୀ ସହ ଦୁର୍ବ୍ୟବହାରର ଶିକାର ମଧ୍ୟ ହୋଇଥାନ୍ତି। ଏନେଇ ଅନେକ ଥର ଥାନାରେ ଅଭିଯୋଗ ହେବା ପରେ ଏବେ ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ।
Powered by Froala Editor