ଆଇନମନ୍ତ୍ରୀଙ୍କ ଅପିଲ: ହୋଟେଲ ଖାଦ୍ୟ ଭଳି ମହାପ୍ରସାଦ ଅନଲାଇନ ରେ ବିକ୍ରି କରନ୍ତୁ ନାହିଁ
ଭୁବନେଶ୍ବର: କିଛି ଦିନ ତଳେ କିଛି ସଂସ୍ଥା ତରଫରୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ ମହାପ୍ରସାଦ ଓ ଶୁଖିଲା ଭୋଗକୁ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ । ଫଳରେ ମହାପ୍ରସାଦ ବିଦେଶରେ ଲୋକଙ୍କ ପାଖରେ ପହଞ୍ଚିବ କିନ୍ତୁ ପବିତ୍ରତା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ରାଜି ହୋଇନାହାନ୍ତି । ’ସାଙ୍ଗରେ ନେବାବେଳେ ମହାପ୍ରସାଦର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବେ କି ନାହିଁ ସେ ସନ୍ଦେହ ଆମ ଭିତରେ ଅଛି ସେ ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଓ ସରକାର ସହମତ ନାହାନ୍ତି । ତେଣୁ ପୁରୀ ଆସି ମହାପ୍ରସାଦ ପାଇ ସୌଭାଗ୍ୟ ପ୍ରାପ୍ତ ହୁଅନ୍ତୁ ।ମହାପ୍ରସାଦକୁ ଅନଲାଇନରେ ବିତରଣ କରିବା ଭଳି ଯୋଜନା ନାହିଁ । ହୋଟେଲ ଖାଦ୍ୟ ଭଳି ପ୍ରସାଦକୁ ଅନଲାଇନ ରେ ବିକ୍ରି କରନ୍ତୁ ନାହିଁ ’। ଶ୍ରଦ୍ଧାଳୁ ସମୁଦାୟଙ୍କୁ ଏଭଳି ଅପିଲ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
Powered by Froala Editor