ଅପରାଧୀର ହାତରେ ଫୁଟିଗଲା ବୋମା
ଭୁବନେଶ୍ୱର: ଅପରାଧ ଘଟାଇବା ପାଇଁ ବୋମା ନେଇ ଯିବା ବେଳେ ଅପରାଧୀର ହାତରେ ଫୁଟିଗଲା ବୋମା । ଜଗତସିଂହପୁର କରେଇ ହାଟ ନିକଟରେ ଏହି ଘଟଣା ଘଟିଛି । ଏହି ଅପରାଧୀ ସହ ଥିବା ଅନ୍ୟ ୪ ଜଣ ସହଯୋଗୀ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । କରେଇ ହାଟ ନିକଟରେ ଅପରାଧୀର ହାତରେ ଗୋଟିଏ ବୋମା ଫୁଟିଯାଇଥିଲା । ସେ ଗୁରୁତର ହେବାରୁ ଅନ୍ୟ ସହଯୋଗୀମାନେ ତାକୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବୋମା ଜବତ କରିବା ସହ ତଦନ୍ତ ଜାରି ରଖିଛି ।
Powered by Froala Editor