ପଟ୍ଟାମୁଣ୍ଡାଇ ଛାତ୍ରୀ ଜଳିଯିବା ଘଟଣା: ନ୍ୟାୟ ପାଉନି , ବାଧ୍ୟ ହୋଇ ମୁଁ ଆତ୍ମହତ୍ୟା କରିବି ବୋଲି କହିଲେ ପୁରୁଷ ବନ୍ଧୁଙ୍କ ବାପା

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା। ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବାପା ଆତ୍ମହତ୍ୟା ଧମକ ଦେଇଛନ୍ତିି। ସେ କହିଛନ୍ତି ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି। ଏବେ ଏହି ଘଟଣାରେ ରାଜନୀତି କରାଯାଉଛି। ମୁଁ ଗରିବ ବୋଲି ନ୍ୟାୟ ପାଉନି , ବାଧ୍ୟ ହୋଇ ମୁଁ ଆତ୍ମହତ୍ୟା କରିବି। ବର୍ତ୍ତମାନ ପୁରୁଷ ବନ୍ଧୁଙ୍କ ଗାଁ ତେରୋହୀରେ ଚାପା ଉତ୍ତେଜନା ଦେଖାଦେଇଛି। ସେପଟେ ଶୁକ୍ରବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବତୀର ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ପୁଲିସ ଗିରଫ କରିବା ପରେ ଯୁବକର ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଫସାଇ ଦିଆଯାଇଛି। ଝିଅକୁ ତାଙ୍କ ପରିବାର ମାରିଦେଇ ଅଯଥାରେ ଆମ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି ଆରୋପ କରିଥିଲେ। ଏପରି ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି।
Powered by Froala Editor