ମାଆର ତଣ୍ଟି ଚିପି ହତ୍ୟା କଲା ପୁଅ

ଗଞ୍ଜାମ : ଜମିବାଡି ବିବାଦକୁ କେନ୍ଦ୍ର କରି ନିଜ ଜନ୍ମ କଲା ମାଆକୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଦନ୍ତରୀ ବିଗଡ ଗାଁରେ। ଜମିବାଡି ବିବାଦକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟାଇଛି ପୁଅ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଜମିବାଡି କଥାକୁ ନେଇ ମାଆ ଏବଂ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ବୋହୂ ମିଶି ମାଆର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଲକ୍ଷ୍ମୀ ବରାଡ ବୋଲି ଜଣାପଡିଛି। ମୃତକଙ୍କ ଝିଅ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।
Powered by Froala Editor