ବଚସାକୁ ନେଇ ଛୁରା ମାଡ଼, ଯୁବକ ମୃତ

ଭବାନୀପାଟଣା: ସାମାନ୍ୟ ବଚସାକୁ ନେଇ ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ବାହାଦୁରବଗିଚା ପଡ଼ାର ସତ୍ୟନାରାୟଣ ରଏ (୨୪) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୁଇଗୋଷ୍ଠୀ ମଧ୍ୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ ହେଇଥିଲା। ଏହି ସମୟରେ ଅପର ଗୋଷ୍ଠୀର ରାଜ ବାଗ, ସତ୍ୟନାରାୟଣଙ୍କୁ ଛୁରା ଭୁସି ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ସତ୍ୟନାରାୟଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଟାଉନ୍ ଥାନା ପୁଲିସ ଏହି ଘଟଣାରେ ଦେବାନ ସାହେବ୍ ପଡ଼ାର ରାଜ ବାଗ, ଲଖନ ବାଗ, ଶିବାନନ୍ଦ ବାଗଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Powered by Froala Editor