ବଡ଼ କାର୍ଯ୍ୟାନୁଷ୍ଠାନ: ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ

ଭୁବନେଶ୍ବର:ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଗ୍ରାମାଞ୍ଚଳ ଏଏସଆଇ। ସୀମାଞ୍ଚଳ ପଲେଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ପୂର୍ବରୁ ପୀଡ଼ିତାଙ୍କ ଏତଲା ରଖି ନଥିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଗଣମାଧ୍ୟମରେ ଖାମଖିଆଲି ମନ୍ତବ୍ୟ ରଖିଥିଲେ । ଏହାପରେ ଏସ୍ପି ନିଜେ ତଦନ୍ତ କରିବେ ବୋଲି କହିଥିଲେ । ଘଟଣା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପଟେ ଏହି ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଲିଡ୍ । ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି ପୁଲିସ । ମୃତ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମୃତ୍ୟୁ ରହସ୍ୟ ଖୋଲିବ । ଡିଜିଟାଲ ପ୍ରମାଣ ଆଧାରରେ ପୁଲିସ ତଦନ୍ତ ଆଗକୁ ବଢାଇବ । ପୋଡ଼ାଲୁଗା, ଓଡ଼ଣୀ ଓ କିରୋସିନ୍ ବୋତଲ ଅନ୍ୟାନ୍ୟ ପ୍ରମାଣ ବି ପୁଲିସ ଜବତ କରିଛି ।
Powered by Froala Editor