ଅଗ୍ନିକାଣ୍ଡ: ଜଳିଗଲା ଦୋକାନ

ରଣପୁରଗଡ: ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହାଟସାହି ମାଛ ବଜାର ନିକଟରେ ଥିବା ମାଗି ବେହେରା ଙ୍କ ଚିକେନ ଦେ।କାନ ଏବଂ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ତେଜରାତି ଦୋକାନରେ ନିଆଁ ଲାଗି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଦୋକାନରେ ଥିବା ସାମଗ୍ରୀ ଏବଂ ନଗଦ ପ୍ରାୟ ୩ ଲକ୍ଷ ଟଙ୍କା ଜଳି ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତି ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ରଣପୁର ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଅମରେନ୍ଦ୍ର ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
Powered by Froala Editor