ଏହି ଜିଲ୍ଲାକୁ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇଛି। ଟିଟିଲାଗଡ଼, ବୌଦ୍ଧ ଏବଂ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୬ଡିଗ୍ରୀ ଲେଖାଏଁ ରହିଥିବାବେଳେ ଅନ୍ୟ ସ୍ଥାନରେ ୩୪ରୁ ୩୫ଡିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ୨୪ଘଣ୍ଟାରେ କେନ୍ଦୁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲାକୁ ବଜ୍ରପାତ ସତର୍କ ସୂଚନା ଜାରି ହୋଇଛି।
Powered by Froala Editor