ସାପ ନେଇଗଲା ଦୁଇ ଜଣଙ୍କ ଜୀବନ
ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା କୁକୁଡ଼ିମୁଣ୍ଡି ଗ୍ରାମର ଗମିଆ ମୁଣ୍ଡା (୬୭) ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂ ଭୂମ ଜିଲ୍ଲା ମାଂଝାରି ଥାନା ପାଗର କାଟା ବରାଲ ଗୋଡା ଗ୍ରାମରେ ପାଲେ ସିଙ୍କୁର ସ୍ତ୍ରୀ ବାମାଇ ବିରୁଆ( ୧୯) ।
ପୁଲିସ ସୂଚନା ଅନୁଯାୟୀ, ଗମିଆ ଘରେ ରାତିରେ ଖାଇ ପିଇ ଶୋଇ ଥିବା ବେଳେ ପାହାଡିଆ ଚିତି ସାପ କାମୁଡ଼ି ଥିଲା । ଗମିଆର ନିଦ ଭାଙ୍ଗି ଯିବାରୁ ସେ ପାଟି କରିଥିଲା । ପରିବାର ଲୋକ ସାପକୁ ଧରି ଝୁଡ଼ିରେ ଘୋଡାଇ ଦେଇଥିଲେ । ପରେ ଗମିଆକୁ ଡାକ୍ତରଖାନା ଆଣିଥିଲେ । ସେଠାରେ ଗମିଆର ମୃତ୍ୟୁ ଘଟିଛି । ଗୋରୁମହଷାଣୀ ଥାନା ପୁଲିସ ରାଇରଙ୍ଗପୁର ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ।
ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂ ଭୂମ ଜିଲ୍ଲା ମାଂଝାରି ଥାନା ପାଗର କାଟା ବରାଲ ଗୋଡା ଗ୍ରାମରେ ପାଲେ ସିଙ୍କୁର ସ୍ତ୍ରୀ ବାମାଇ ବିରୁଆ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଥିଲା । ପରିବାର ଲୋକେ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ଆଣିଥିଲେ । କିନ୍ତୁ ସେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
Powered by Froala Editor